ବୌଦ୍ଧ ଜିଲ୍ଲାପାଳଙ୍କ ଫେକ ହ୍ଵାଟସ ଆପ ଆଇଡ଼ି, ଟଙ୍କା ମାଗୁଛି ସାଇବର ଠକ

ବୌଦ୍ଧ: ଜ଼ିଲ୍ଲାପାଳଙ୍କୁ ବି ଛାଡିଲେନି ଠକ । ସୋସିଆଲ ମିଡିଆରେ ଜିଲ୍ଲାପାଳଙ୍କ ଫେକ ଆଇଡି କରିବା ସହ ଫଟୋ ଲଗାଇ ଟଙ୍କା ମାଗୁଛି ସାଇବର ଠକ । ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ଠାରୁ ଟଙ୍କା ମାଗୁଥିବା ଭଳି ଘଟଣା ଏକ ସାମ୍ନାକୁ ଆସିଛି । ଏନେଇ ଖୋଦ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି । ତେବେ ଏଭଳି ମେସେଜରେ ବିଶ୍ବାସ ନକରିବା ତଥା ସମସ୍ତେ ସଚେତନ ରହିବାକୁ ଅନୁରୋଧ କରିଛନ୍ତି ସେ ।

Comments are closed.