ଖେଲୋ ମାଷ୍ଟ୍ରର୍ସ ଗେମ୍‌ରେ ବରଗଡ଼ ଖେଳାଳୀଙ୍କୁ ତିନି ସ୍ୱର୍ଣ୍ଣ

ବରଗଡ : ଦିଲ୍ଲୀରେ ଆୟୋଜିତ ଦ୍ଵିତୀୟ ଖେଲୋ ମାଷ୍ଟର୍ସ ଗେମ୍‌ରେ ବରଗଡ଼ର ସନ୍ତୋଷ ପ୍ରଧାନ ସଫଳତା ହାସଲ କରିଛନ୍ତି । ସେ ତିନୋଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ।
ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିୟମଠାରେ ଚାଲିଥିବା ଏହି ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ସନ୍ତୋଷ ବ୍ୟକ୍ତିଗତ ଖେଳ ବିଭାଗ ଟ୍ରିପଲ ଜମ୍ପ ଏବଂ ଶହେ ଦଶ ମିଟର ବାଧା ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ପ୍ରଥମ ଦିବସରେ ମଧ୍ୟ ଲଙ୍ଗ ଜମ୍ପରେ ସେ ସ୍ବର୍ଣ୍ଣ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଥିଲେ । ଏପ୍ରିଲ ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆଗାମୀ ମଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସନ୍ତୋଷ ପ୍ରତିଯୋଗିତାର ୪୫ ବର୍ଷ ବର୍ଗରେ ଶ୍ରେଷ୍ଠ ଏଥେଲେଟ ଭାବରେ ସମ୍ମାନୀତ ହୋଇଛନ୍ତି ।

Comments are closed.