ଜେଲ ଗଲେ ଦେବଗଡ଼ ବିଧାୟକ

ଭୁବନେଶ୍ୱର – ତିଲେଇବଣିର ବିଡିଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ଦେବଗଡର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ହାଜର କରାଯିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଜେଲ୍‌ ଯାଇଛନ୍ତି ।ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା । ତିଲେଇବଣିର ବିଡିଓଙ୍କୁ ସେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା । ଦେବଗଡରେ ଅଦାଲତରେ ହାଜର କରିବା ପାଇଁ ପୋଲିସ ଆଣୁଥିବା ବେଳେ ବାଟରେ ସେ ଅସୁସ୍ଥ ହୋଇଥିଲେ । ପୁଲିସ ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ରିଆମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ସାଲାଇନ୍‌ ଦିଆୟିବା ପରେ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।ସେ ସୁସ୍ଥ ହେବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା । ତାଙ୍କର ଜାମିନ୍‌ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

Comments are closed.