ଟ୍ରେନ ଧକ୍କାରେ ଚାଲିଗଲା ବୃଦ୍ଧ ଭାଲୁର ଜୀବନ

ନୂଆପଡ଼ା: ଆଜି ଟ୍ରେନ ଧକ୍କାରେ ଚାଲିଗଲା ବୃଦ୍ଧ ଭାଲୁର ଜୀବନ । ସଦର ବ୍ଳକ ହଂସପୁରୀ ଗାଁ ନିକଟରେ ଟ୍ରେନ ଧକ୍କାରେ ଏକ ବୟସ୍କ ଭାଲୁର ମୃତ୍ୟୁ ହୋଇଛି । ଏବେ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଭାଲୁର ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସାଲିହା ଜଙ୍ଗଲରୁ ଏକ ବୃଦ୍ଧ ଭାଲୁ ଖାଦ୍ୟ ଅନ୍ବେଷଣରେ ବାହାରିଥିଲା । ତେବେ ରାୟପୁର-ବିଶାଖାପାଟଣା ରେଲୱେ ଲାଇନ ଅତିକ୍ରମ କରିବା ବେଳେ ସଦର ବ୍ଳକ ହଂସପୁରୀ ଗାଁ ନିକଟରେ ଏକ ଅଜଣା ଟ୍ରେନ ଭାଲୁକୁ ଧକ୍କା ଦେଇଥିଲା । ଭାଲୁର ମୁହଁରେ ଟ୍ରେନ ଧକ୍କା ଦେବାରୁ ଛିଟିକି ପଡି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଅପରାହ୍ନରେ ସଦର ରେଞ୍ଜର ବିନୀତା ଭୋଇଙ୍କ ନେତୃତ୍ୱରେ ଏକ ବନ ବିଭାଗ ଟିମ ପହଂଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏବେ ଭାଲୁର ମୃତ ଦେହକୁ ଉଦ୍ଧାର କରି ବନ ବିଭାଗ ଅଫିସକୁ ଅଣାଯିବ ଓ ସେଠାରେ ଶବ ବ୍ୟବଚ୍ଛେଦ କରି ଶବକୁ ମାଟିରେ ପୋତି ଦିଆଯାଇଥିଲା । ପ୍ରାଥମିକ ତଦନ୍ତରୁ ଟ୍ରେନ ଧକ୍କାରେ ଭାଲୁର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।

Comments are closed.