ଲର୍କିପାଲିରେ ମହିଳାଙ୍କୁ ବିଭତ୍ସ ହତ୍ୟା, ପୁଲିସର ତଦନ୍ତ ଜାରି

ବଲାଙ୍ଗୀର : ବଲାଙ୍ଗିର ସହରର ଲର୍କିପାଲିରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ମହିଳାଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ ପଡିଛି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟାକାରୀ କିଏ ଓ ଏଥିରେ କେତେଜଣ ସମ୍ପୃକ୍ତ ତାହା ଜଣାପଡ଼ି ନାହିଁ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ଟାଉନ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ଗତକାଲି ରାତି ପ୍ରାୟ ୯ଟାରେ ମହିଳା ଜଣକ ଶୌଚ ହେବାକୁ ଘର ପାଖ ବିଲକୁ ଯାଇଥିଲେ ତେବେ ଆଉ ଫେରି ନଥିଲେ । ରାତିରେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ବିଲ ମଝିରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପାଇଥିଲେ । ପରେ ଏ ନେଇ ରାତି ୧୨ଟାରେ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ରାତି ୧ଟାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed.