ବ୍ରଜରାଜନଗର ଉପନିର୍ବାଚନ : ପ୍ରାର୍ଥୀ ଚୟନ ପାଇଁ କମିଟି ଗଠନ କଲା କ‍ଂଗ୍ରେସ

ଭୁବନେଶ୍ୱର – ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶାସକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରାର୍ଥୀ ଚୟନ ନିଷ୍ପତ୍ତି ଛାଡ଼ିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ଏକ ୫ଜଣିଆ କମିଟି ଗଠନ କରିଛି । ୮ତାରିଖ ସୁଦ୍ଧା ଏକ ବିସ୍ତୃତ ରିପୋର୍ଟ ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଯଜ୍ଞେଶ୍ଵର ବାବୁ ଏହି ପ୍ରାର୍ଥୀ ଚୟନ କମିଟିର ଅଧ୍ୟକ୍ଷ ଅଛନ୍ତି । ଦଳର ସମ୍ବଲପୁର ଜିଲ୍ଲା ସଭାପତି ଅଶ୍ୱିନୀ ଗୁରୁ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ବେଣୁମାଧବ ତ୍ରିପାଠୀ ଓ ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ଦେବତା କମିଟିର ସଦସ୍ୟ ଅଛନ୍ତି । ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ଭରତ ଅବସ୍ତି ଏହି କମିଟିର ଆବାହକ ରହିବେ । ଏହି କମିଟି ଆସନ୍ତାକାଲି ବ୍ରଜରାଜନଗର ଗସ୍ତ କରିବ ।

Comments are closed.