ପୁଷ୍ପା ଗୀତରେ ନାଚ : ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ବ୍ରହ୍ମପୁର – ପୁଷ୍ପା ଗୀତର ତାଳେ ତାଳେ କିଛି ଛାତ୍ର କରିଥିବା ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ଏକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ। ଏହି ଘଟଣା ଗଂଜାମ ଜିଲାର ହିଂଜିଳିକାଟୁ ର୍ନିବାଚନ ମଣ୍ଡଳୀ ଅନ୍ତର୍ଗତ ବରମୁଣ୍ଡୁଳି ହାଇସ୍କୁଲରେ କିଛି ଦିନ ପୂର୍ବେ ଘଟିଥିବା ବେଳେ ନିଲମ୍ବିତ ହୋଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢୀ।ସୂଚନା ଅନୁଯାୟୀ, ବରମୁଣ୍ଡୁଳି ହାଇସ୍କୁଲରେ ଗତ ଏପ୍ରିଲ ୨୫ ତାରିଖରେ ମାଟ୍ରିକ ପିଲାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ କିଛି ପିଲା ମୋବାଇଲରୁ ସ୍ମାର୍ଟ ଟିଭିକୁ କନେକ୍ଟ କରି ପୁଷ୍ପା ଓ ଗୁଆଘିଅ ଗୀତରେ କରିଥିଲେ ଜବରଦସ୍ତ ଡ୍ୟାନ୍ସ । ଏହି ଭିଡ଼ିଓ ଭାଇରାଲ ଘଟଣା ପରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜିଲା ଶିକ୍ଷା ଅଧିକାରୀ । ଏହାପରେ ସେ ତାଙ୍କୁ ନିଲମ୍ବନ କରିଛନ୍ତି।

Comments are closed.