ପୁଣି ଗିରଫ ହୋଇପାରନ୍ତି ବିଜେପି ନେତା ତେଜିନ୍ଦର ବଗା, ମୋହାଲି କୋର୍ଟ ଜାରି କଲେ ୱାରେଣ୍ଟ

ନୂଆଦିଲ୍ଲୀ: ବିଜେପି ନେତା ତେଜିନ୍ଦର ପାଲ ସିଂ ବଗା ପୁଣି ଗିରଫ ହୋଇପାରନ୍ତି । ବଗାଙ୍କ ବିରୋଧରେ ମୋହାଲି କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ମୋହାଲି କୋର୍ଟ ଦେଇଥିବା ୱାରେଣ୍ଟରେ ବାଗ୍ଗାଙ୍କୁ ଗିରଫ କରାଯାଇ କୋର୍ଟରେ ଉପସ୍ଥାପନ କରାଯିବା ଉଚିତ ବୋଲି କୁହାଯାଇଛି। ପୋଲିସକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ମୋହାଲି କୋର୍ଟରୁ ଗିରଫ ୱାରେଣ୍ଟ ପରେ ବଗା ତାଙ୍କ ଓକିଲଙ୍କ ବାସଭବନକୁ ଯାଇଥିବା ଜଣାପଡିଛି।

ଶୁକ୍ରବାର ବଗାଙ୍କୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ପଞ୍ଜାବ ପୋଲିସ ଦିଲ୍ଲୀର ଜନକପୁରୀର ସ୍ଥିତ ତାଙ୍କ ବାସଭବନରୁ ବଗାଙ୍କୁ ଗିରଫ କରିଥିଲା । ହେଲେ ପଞ୍ଜାବ ପୋଲିସ ବିରୋଧରେ ଏନେଇ ଏକ ଅପହରଣ ମାମଲା ରୁଜୁ କରିଥିଲା ଦିଲ୍ଲୀ ପୋଲିସ । ବଗାଙ୍କୁ ମୋହାଲି ନେବା ବେଳେ ପଞ୍ଜାବ ପୋଲିସକୁ କୁରୁକ୍ଷେତ୍ରରେ ହରିୟାଣା ପୋଲିସ ଅଟକାଇଥିଲା ଏବଂ ବଗାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲା ।

Comments are closed.