ଟ୍ରକ ଧକ୍କାରେ ବାପ ଝିଅଙ୍କ ମୃତ୍ଯୁ

ସମ୍ବଲପୁର: ଆଜି ମଧ୍ୟାହ୍ନରେ ସମ୍ବଲପୁର- ବରଗଡ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପ ଓ ଝିଅଙ୍କ ମୃତ୍ଯୁ ହୋଇଯାଇଛି। ଏଥିରେ ଅନ୍ୟ ଜଣେ ସାମାନ୍ଯ ଆହତ ହୋଇଛନ୍ତି।

ବରଗଡ ଜିଲ୍ଲାର ଅତାବିରା ଥାନା ଆମଝର ଗାଁର ଉତ୍କଳ ଭୋଇ ଝିଅ ଡିଲେଶ୍ବରୀ ଏବଂ ମେଲଛାମୁଣ୍ଡାର ସଂପର୍କୀୟ ନୁପୁର ଭୋଇଙ୍କ ସହ ଏକ ବାଇକ ଯୋଗେ ସମ୍ବଲପୁରକୁ ଆସୁଥିଲେ। ଝିଅ ଡିଲେଶ୍ବରୀ ଏକ ପରୀକ୍ଷା ଦେବାର ଥିବାରୁ ଉତ୍କଳ ଆଣୁଥିଲେ। ଏହି ସମୟରେ ବୁର୍ଲା ଥାନା ବୈଜାମୁଣ୍ଡାରେ ପଛ ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ବାପା ଉତ୍କଳ ଏବଂ ଝିଅ ଡିଲେଶ୍ବରୀଙ୍କ ମୃତ୍ଯୁ ହୋଇଯାଇଛି। ଆଉ ନୁପୁର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରକ ଡ୍ରାଇଭରକୁ ପୁଲିସ ଗିରଫ କରିଛି।

Comments are closed.