ନୂଆ ପିସିସି ସଭାପତି ପାଇଁ ଦିଲ୍ଲୀରେ କଂଗ୍ରେସ ବିଧାୟକ, ଆଜି ରାହୁଲଙ୍କ ସହ ଆଲୋଚନା

ନୂଆଦିଲ୍ଲୀ – କିଏ ହେବ ରାଜ୍ୟ କଂଗ୍ରେସର ପରବର୍ତ୍ତୀ ମୁଖ୍ୟ ? ଭୁବନେଶ୍ୱରରେ ଏହା ଚୂଡାନ୍ତ ହୋଇନପାରିବା ପରେ ଏବେ ଦିଲ୍ଳୀ ଯାଇଛନ୍ତି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା । ଆଜି ଦଳୀୟ ବିଧାୟକ ଓ ତୁଙ୍ଗ ନେତାଙ୍କ ସହ ରାହୁଲ ଗାନ୍ଧି ଆଲୋଚନା କରିବେ । ସବୁ ନେତାଙ୍କ ମତାମତ ଓ ପରାମର୍ଶ ନେଇ ନୂଆ ପିସିସି ସଭାପତିଙ୍କ ନାଁରେ ମୋହର ମାରିବେ ବୋଲି ସୂଚନା ମିଳିଛି । ଦଳୀୟ ସଂଗଠନକୁ ଆମୂଳଚୁଳ ପରିବର୍ତ୍ତନ କରିବା ନେଇ ବୈଠକରେ ମାନସ ମନ୍ଥନ କରାଯିବ ।

ବିଧାୟକ ଦଳ ନେତା, କାର୍ଯ୍ୟକାରୀ ସଭାପତି, ପଦାଧିକାରୀଙ୍କ ତାଲିକା ବି ବଦଳିବ ବୋଲି କୁହାଯାଉଛି । କେବଳ ସଂଗଠନ ନୁହେଁ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ବିଷୟରେ ବି ଆଲୋଚନା ହେବ ।

Comments are closed.