ଜେଲରେ ବିଚରାଧୀନ କଏଦୀଙ୍କ ମୃତ୍ୟୁ, ତିନି ଦିନ ପୂର୍ବେ ପତ୍ନୀଙ୍କୁ ହରାଇଥିଲେ

ବରଗଡ଼ : ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ଆଉ ହାତରେ ଲେଖିଛନ୍ତି ଆଇ ଲଭ ୟୁ ମଞ୍ଜୁ । ମୃତ କଏଦୀ ଜଣଙ୍କ ସୋହେଲା ଥାନା ପେଟୁପାଲି ଗାଁରେ ୩୫ ବର୍ଷୀୟ ମୋହିତ ରାଉତ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା କାରଗାରାରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ମୋହିତ ଗତ ଦୁଇ ଦିନ ପୂର୍ବରୁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଏହାପରେ ତାଙ୍କୁ କୋର୍ଟ ଚାଲାଣ ହୋଇଥିଲେ । ପରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ । ଏହାପରେ ତାଙ୍କୁ ସୋହେଲା ଜେଲ୍‌କୁ ବିଚାରାଧୀନ କଏଦୀ ଭାବେ ପଠାଯାଇଥିଲା । ହେଲେ ଏବେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟା ପୂର୍ବରୁ ହାତରେ ଲେଖିଯାଇଛନ୍ତି ଆଇ ଲଭ ୟୁ ମଞ୍ଜୁ ।ତେବେ ମୋହିତଙ୍କ ହାତରେ ଲେଖାଥିବା ମଞ୍ଜୁ କିଏ ? ତାର ମୋହିତଙ୍କ ସହିତ ସଂପର୍କ କଣ ? ମଞ୍ଜୁ ମୋହିତଙ୍କ ସ୍ତ୍ରୀ ନୁହେଁ ତ ? ଏପରି ଅନେକ ପ୍ରଶ୍ନ ଏବେ ପୋଲିସ ମନରେ ସୃଷ୍ଟି ହୋଇଛି । ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରୁଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନେଇପାରେ ପୋଲିସ । ସେହିପରି ସୋହେଲା ପୋଲିସ ଜେଲ୍‌କୁ ଯାଇ ପଚରାଉଚରା କରିବ ବୋଲି ଜଣାପଡିଛି ।

Comments are closed.