ସୁବର୍ଣ୍ଣପୁର : ତରଭା ଏନଏସି ୧୦ ନମ୍ବର ୱାର୍ଡର ବିଜେଡି କାଉନସିଲର ନଳିନୀ ନାଏକଙ୍କ ସ୍ବାମୀ ତଥା ଗଡ଼ଭିତର ଅଞ୍ଚଳର ସଞ୍ଜୀବ ଗୁରୁ ଓରଫ ରାଜା ( ୩୫ ) ଙ୍କୁ ଗତ ୭ ତାରିଖ ଦିନ ବିଳମ୍ବିତ ରାତିରେ ହତ୍ୟା କରାଯାଇଥିଲା । ଆଜି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଶ୍ରୀତମ ଗୁରୁ ( ୩୦ ) ଯିଏକି ସଂପର୍କରେ ମୃତ ସଞ୍ଜୀବଙ୍କ କାକା ପୁଅ ଭାଇ ହେବେ ସାମାନ୍ୟ ବଚସାକୁ କେନ୍ଦ୍ର କରି ସଞ୍ଜୀବଙ୍କୁ ହତ୍ୟା କରିଥିବା ପ୍ରକାଶ ।
Comments are closed.