ନିଲମ୍ବନ ପରେ ଆମ୍ବ ବିକି ଅଭିନବ ପ୍ରତିବାଦ କଲେ ଫରେଷ୍ଟର

ବରଗଡ଼: ବରଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ବରଗଡ଼ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫରେଷ୍ଟର ଅଫିସରଙ୍କ ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ । ବିନା କାରଣରେ ଚାକିରିରୁ ନିଲମ୍ବିତ କରାଯାଇଥିବା ଅଭିଯୋଗ ନେଇ ଶେଷରେ ପରିବାର ଚଳାଇବା ପାଇଁ ବରଗଡ଼ ଡିଏଫଓ ଅଫିସ ସମ୍ମୁଖ ରାସ୍ତାକଡ଼ରେ ଠେଲାରେ ଆମ୍ବ ବିକୁଥିବା ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲା ଭଟଲି ରେଞ୍ଜ ଅଧିନରେ କାର୍ଯ୍ୟ କରୁଥିବା ଫରେଷ୍ଟର୍ ପ୍ରୟାଗ ପଧାନ ବରଗଡ଼ ଡିଏଫଓଙ୍କ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଯୋଗୁଁ ତାଙ୍କୁ ଆକ୍ରୋସ ମୂଳକ ଭାବେ ତାଙ୍କୁ କାର୍ଯ୍ୟରୁ ଗତ ସାତ ତାରିଖ ନିଲମ୍ବିତ କରିଥିବା କହିଛନ୍ତି ପ୍ରୟାଗ ।

Comments are closed.