୨୧ରୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ – ଆସନ୍ତା ୨୧ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ । ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା। ଏଗଜାମିନର ୨୦ ତାରିଖ ସକାଳ ୧୦ଟା ସୁଦ୍ଧା କେନ୍ଦ୍ରରେ ଯୋଗ ଦେବେ। ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ଏଗଜାମିନର ନିୟୋଜିତ ହେବେ ।

୯୦୦ ଡେପୁଟି ଏଗଜାମିନର , ୮୯୧୯ ସହକାରୀ ଏଗଜାମିନର ଓ ୯୩୦ ସ୍କ୍ରୁଟିନାଇଜର ନିୟୋଜିତ ରହିବେ । ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା
ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.