ମୋହନାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ମୋହନା – ପୁଣିଥରେ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ। ଗୋଟିଏ ପିକଅପ ଭ୍ୟାନ୍‌ରୁ ୧ କୋଟି ୩୦ ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କରିଛି ମୋହନା ପୋଲିସ। ଗଜପତି ଜିଲ୍ଲା ମୋହନା ଥାନା ଡେଙ୍ଗାମା ଛକ ନିକଟରେ ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରି ପିକଅପ ଭ୍ୟାନରୁ ୧୨ କୁଇଣ୍ଟାଲ ୩୮ କେଜି ଗଞ୍ଜେଇ ଜବତ କରିଛି ।ଏଥିସହ ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆର.ଉଦୟଗିରି ଥାନା ଛେଳିଗଡ଼ ଭଳିଆସାହିର ପ୍ରତାପ ମାଝୀ ଓ ଅଶୋକ ମାଝୀ ଓ ଅନ୍ୟ ଜଣେ ମୋହନା ଥାନା ଜୁରପେଟା ଅଶୋକ ରଣା। ଅଭିଯୁକ୍ତମାନେ ଆର.ଉଦୟଗିରି ଛେଳିଗଡ଼ ଅଞ୍ଚଳରୁ ଗଂଜେଇ ନେଇ ପ୍ରଥମେ ବ୍ରହ୍ମପୁର ପହଞ୍ଚି ଥାଆନ୍ତେ। ଏହାପରେ ସେଠାରୁ ବାହାର ରାଜ୍ୟକୁ ଏହା ଚାଲାଣ କରାଯାଇ ଥାଆନ୍ତା।

Comments are closed.