ଟ୍ରେନରେ ଗାଜିଆବାଦ ଚାଲାଣ ହେଉଥିଲା ଗଞ୍ଜେଇ, ୨ଗିରଫ

ବଲାଙ୍ଗୀର: ଟିଟିଲାଗଡ଼ ମମତା ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୨ ଜଣଙ୍କୁ ଜିଆରପି ପକ୍ଷରୁ ଅଟକ ରଖି ତଦନ୍ତ ଚଳାଇଛି । ଦୁଇ ଜଣ ହେଲେ ୟୁପିର ଗାଜିଆବାଦ ଅଞ୍ଚଳର ପୱନ ସିଂ (୨୪) ହିମାଂଶୁ ଶର୍ମା (୨୫)। ଜିଆରପି ପୁଲିସ କୌଣସି ସୂତ୍ରରୁ ଖବର ପାଇ ତଲାସୀ କରିଥିଲେ । ସେଠାରେ ଦୁଇ ଟ୍ରଲି ବ୍ୟାଗରୁ ପ୍ରାୟ ୩୪ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଏନେଇ ଜିଆରପି ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ଚଢାଉ ରେ ଆରପିଏଫ ଏସଆଇ ରମେଶ ଚନ୍ଦ୍ର ପାତ୍ର, କୁମାର ସତ୍ୟମ୍, ଚୈତନ୍ୟ ବାଗ, ପରମାନନ୍ଦ ଭାଟି, ଅଭୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.