ସେୟାର ମାର୍କେଟରେ ଏଲ୍ଆଇସିର ନିରାଶାଜନକ ଡେବ୍ୟୁ, ପ୍ରଥମ ଦିନରେ ନିବେଶକଙ୍କୁ ବଡ଼ ଝଟକା, ଇସ୍ୟୁ ପ୍ରାଇସ୍ ଠାରୁ ୮.୧୧ ପ୍ରତିଶତ କମ୍ ମୂଲ୍ୟରେ ଲିଷ୍ଟିଂ
ନୂଆଦିଲ୍ଲୀ: ଦେଶର ବୃହତ୍ତମ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲ୍ଆଇସି) ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନେସ୍ଇ) ରେ ଲିଷ୍ଟିଂ ହୋଇଛି । ହେଲେ ପ୍ରଥମ ଦିନରେ ଏଲ୍ଆଇସିର ନିବେଶକଙ୍କୁ ଝଟକା ଲାଗିଛି । ଏଲ୍ଆଇସିର ଲିଷ୍ଟିଂ ଏହାର ଇସ୍ୟୁ ପ୍ରାଇସ୍ ଠାରୁ ୮.୧୧ ପ୍ରତିଶତ କମ୍ ମୂଲ୍ୟରେ ହୋଇଛି, ଯାହା ନିବେଶକଙ୍କୁ ନିରାଶ କରିଛି ।
ସୂଚନା ଅନୁଯାୟୀ, ଏଲ୍ଆଇସିର ସେୟାର୍ ବିଏସଏଫରେ ୮୬୭.୨୦ ଟଙ୍କାରେ ଲିଷ୍ଟ ହୋଇଛି, ଯାହା ଏହାର ଇସ୍ୟୁ ପ୍ରାଇସ୍ ଠାରୁ ବହୁତ କମ୍ |
ଆବେଦନକାରୀ ଏଲ୍ଆଇସିର ଗୋଟିଏ ସେୟାର ୯୪୯ ଟଙ୍କାରେ କିଣିଥିଲେ । ଆଇପିଓ ଲଞ୍ଚ୍ ସମୟରେ ଏଲ୍ଆଇସି ଏହାର ସେୟାର ଇସ୍ୟୁ ପ୍ରାଇସ୍ ୯୪୯ ଟଙ୍କା ଧାର୍ଯ୍ୟ କରିଥିଲା, ଯେଉଁଥିରୁ ସରକାରଙ୍କୁ ୨୦,୫୫୭ କୋଟି ଟଙ୍କା ଆୟ ହୋଇଥିଲା ।
ଏଲ୍ଆଇସି ପଲିସିଧାରୀମାନଙ୍କୁ ଏକ ସେୟାର ପାଇଁ ୮୮୯ ଟଙ୍କା ଦେବାକୁ ପଡୁଥିବାବେଳେ ଖୁଚୁରା ନିବେଶକଙ୍କ ପାଇଁ ଏହି ମୂଲ୍ୟ ୯୦୪ ଟଙ୍କା ଥିଲା |
ମଙ୍ଗଳବାର ବିଏସ୍ଇ ଏବଂ ଏନ୍ଏସ୍ଇରେ ଯଥାକ୍ରମେ ୮୧.୮୦ ଟଙ୍କା ଏବଂ ୭୭ ଟଙ୍କା ରିହାତି ସହିତ ଏଲ୍ଆଇସି ସେୟାର ଲିଷ୍ଟ ହୋଇଛି |
ସରକାର ଏଲ୍ଆଇସିରେ ତାଙ୍କର ୩.୫ ପ୍ରତିଶତ ତଥା ୨୨.୧୪ କୋଟି ମୂଲ୍ୟର ଅଂଶଧନ ବିକ୍ରି କରିଛନ୍ତି | ଏଥିପାଇଁ ୯୦୨-୯୪୯ ଟଙ୍କାର ପ୍ରାଇସ୍ ବ୍ୟାଣ୍ଡ ସ୍ଥିର କରାଯାଇଥିଲା |
Comments are closed.