ଶତ ପ୍ରତିଶତ ଦର୍ଶକରେ ବାରବାଟୀରେ ଖେଳାଯିବ ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ

କଟକ – ଆସନ୍ତା ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ । ପୂର୍ଣ୍ଣ ଦର୍ଶକରେ ବାରବାଟୀ ଷ୍ଟାଡିୟମରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଏନେଇ ବିିସିସିଆଇ ପକ୍ଷରୁ ଅନୁମତି ମିଳିଛି । ଜୁନ୍ ୧୨ ତାରିଖରେ ଏହି ମ୍ୟାଚ୍ ଖେଳାଯିବ । ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଥିବାରୁ ଦର୍ଶକମାନେ ମ୍ୟାଚ୍ ଦେଖିବାକୁ ଉତ୍ସାହିତ ଅଛନ୍ତି । ଆଉ ଏପରି ସ୍ଥିତିରେ ପୂର୍ଣ୍ଣ କ୍ଷମତାରେ ମ୍ୟାଚ୍ ଆୟୋଜନ ହେଲେ ଅଧିକ ସଂଖ୍ୟାରେ ଦର୍ଶକ ମ୍ୟାଚ୍ ଦେଖିପାରିବେ ।

Comments are closed.