ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠାରେ ସାମିଲ ହୋଇ ଅଭିଭୂତ ହେଲେ ମା’ ସମଲେଇଙ୍କ ସେବାୟତ

ସମ୍ବଲପୁର:  ଦକ୍ଷିଣ ଓଡିଶାର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କ ମନ୍ଦିରର ଜୀର୍ଣ୍ଣଦ୍ଧାର ପରେ ଅନୁଷ୍ଠିତ ପ୍ରତିଷ୍ଠା ମହୋତ୍ସବରେ ଯୋଗ ଦେଇଛନ୍ତି ମା ସମଲେଇଙ୍କ 13 ଜଣ ସେବାୟତ | ଗତକାଲି ଅନୁଷ୍ଠିତ ଏହି ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ | ଏହାଛଡା ବହୁ ଭକ୍ତ ଯୋଗଦାନ କରି ମାଙ୍କୁ ଦର୍ଶନ କରିଥିଲେ | ଗଞ୍ଜାମ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଅନୁରୋଧ ରକ୍ଷା କରି ସମଲେଇ ସେବାୟତ ତାରାତାରିଣୀ ମାଙ୍କୁ ଦର୍ଶନ କରିଥିଲେ | ସେବାୟତ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ପରେ ସେବାୟତ ମାନେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ | ତାରାତାରିଣୀ ମନ୍ଦିର ନିର୍ମାଣ ଦୃଶ୍ୟ ଦେଖି ସମଲେଇ ସେବାୟତ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ | ମନ୍ଦିରର ଅପୂର୍ବ ସୌନ୍ଦର୍ଯ୍ୟ ଦେଖି ବିମୋହିତ ହୋଇଥିଲେ ସମସ୍ତ ସେବାୟତ। ସମଲେଇ ସେବାୟତଙ୍କୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ମା ତାରାତାରିଣୀ ପୀଠରେ ପହଞ୍ଚାଯାଇଥିଲା। ସାଥିରେ ପ୍ରଶାସନ ତରଫରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଦୀପକ କୁଲ୍ଲୁ ଯାଇଥିଲେ |

Comments are closed.