ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ : ଜୁନ ପହିଲାରୁ ଅନଲାଇନ ଟିକେଟ ବିକ୍ରି

କଟକ – ଜୁନ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଜୁନ୍ ୧ରୁ ଅନ୍‌ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ । ଜୁନ ୯ ଓ ୧୦ତାରିଖରେ ଅଫ୍‌ଲାଇନ୍‌ ଟିକେଟ ବିକ୍ରି ହେବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
ଷ୍ଟାଡିୟମରେ ପୁରା କ୍ଷମତା ସହିତ ଦର୍ଶକ ରହିବେ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନର ବୈଠକରେ ସୂଚନା ଦେଇଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା । ବାଲିଯାତ୍ରା ପଡିଆରେ ସର୍ବସାଧାରଣଙ୍କ ପାଇଁ ହେବ ଗାଡି ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଟିକେଟ ବିକ୍ରି ଉପରେ ନଜର ରଖାଯିବ ବୋଲି ସେ କହିଛନ୍ତି ।

ଏଣେ ମ୍ୟାଚ ପାଇଁ ବଢ଼ିଲା ଟିକେଟ ଦର ବୃଦ୍ଧି କରାଯାଇଛି । ଗ୍ୟାଲେରି ନମ୍ବର ୧,୩ ଓ ୫ର ଟିକେଟ ଦର ୯୦୦ ଟଙ୍କା ରହିଛି । ୨ ଓ ୪ ନମ୍ବର ଗ୍ୟାଲେରିର ଟିକେଟ ଦର ୭୦୦, ୭ ନମ୍ବର ଗ୍ୟାଲେରିର ଦର ୬୦୦, ସ୍ପେଶାଲ ଏନ୍‌କ୍ଲୋଜର ୫୦୦୦, ଏସି ବକ୍ସ ୭୦୦୦ ଟଙ୍କା, ନ୍ୟୁ ପାଭିଲିଅନ୍ ୮୦୦୦, କର୍ପୋରେଟ ବକ୍ସ ଟିକେଟ ୧୨ ହଜାରକୁ ବୃଦ୍ଧି କରାଯାଇଛି । Paytmରେ ବିକ୍ରି ହେବ ୫୦୦୦ ଟିକେଟ ।

Comments are closed.