ରାଜ୍ୟକୁ ପୁଣି ଫେରୁଛି ତାତି, ୩ ଦିନରେ ତାପମାତ୍ରା ୪ ଡିଗ୍ରୀ ବଢିବା ସମ୍ଭାବନା

ଭୁବନେଶ୍ବର : ରାଜ୍ୟରେ ପାରଦ ପୁଣି ଉପରମୁହାଁ ହୋଇଛି। ଶୁକ୍ରବାର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଥିଲା । ଆସନ୍ତା ୩ ଦିନରେ ତାପମାତ୍ରା ଆହୁରି ବଢ଼ିବ। ପ୍ରାୟ ୩ରୁ ୪ ଡିଗ୍ରୀ ଯାଏ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ମାର୍ତ୍ତାବନ ଉପସାଗର ଓ ତତ୍‌ସଂଲଗ୍ନ ମିଆଁମାର୍‌ ଅଞ୍ଚଳରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ତେବେ ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।

Comments are closed.