କାର୍ଯ୍ୟରେ ଅବହେଳା ଅଭିଯୋଗ: ବରପାଲି ଏନଏସି ଯନ୍ତ୍ରୀ ନିଲମ୍ବିତ, ଇଓଙ୍କ ବଦଳି

ବରଗଡ଼ : କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଡ଼ିଶା ରାଜ୍ୟ ପୂର୍ଣ୍ଣ ଓ ନଗର ଉନ୍ନୟନ ବିଭାଗର ମ୍ୟୁନସିପାଲ ଏଡ଼ମିନିଷ୍ଟ୍ରେସନ ନିର୍ଦ୍ଦେଶକ ବରପାଲି ଏନଏସିର ଦୁଇଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେରଙ୍କୁ ବଦଳି କରାଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଶିବଶଙ୍କର ଗିରିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମେହେରଙ୍କୁ ବ୍ରହ୍ମପୁର ମ୍ୟୁନସିପାଲ କର୍ପୋରେସନକୁ ଡ଼େପୁଟି କମିଶନର ଭାବେ ବଦଳି କରାଯାଇଥିବା ବେଳେ ସେଠି ଯୋଗଦାନ କଲାପରେ ତାଙ୍କ ବିରୁଦ୍ଧରେ ପ୍ରୋସିଡ଼ି ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶକଙ୍କ ଦ୍ଵାରା ଜାରୀ ପତ୍ରରେ ଉଲ୍ଲେଖ କରାଯାଇଛି ।

ସେହିଭଳି ଦୁର୍ବଳ ଶାସନ , ଅନ୍ଯଙ୍କୁ ଦୁର୍ବ୍ୟବହାର ଅଫିସ ନିର୍ଦ୍ଦେଶାବଳୀକୁ ଅବମାନନା କାର୍ଯ୍ୟରେ ଅବହେଳା , ଅଭିଯୋଗରେ ବରପାଲି ଏନଏସିର କନିଷ୍ଠ ଯନ୍ତ୍ର ଇଂ.ଗିରିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତେବେ ନିଲମ୍ବନ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ନିଲମ୍ବନ ସମୟରେ ଇଂ.ଗିରିଙ୍କୁ ସମ୍ବଲପୁର ମ୍ୟୁନସିପାଲ କମିଶନରଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବା ପାଇଁ କୁହାଯାଇଛି । ତେବେ ବିନାନୁମତିରେ ତାଙ୍କୁ ହେଡ଼କ୍ୱାର୍ଟର୍ସ ଛାଡ଼ିବା ଉପରେ କଟକଣା ଲଗାଯାଇଥିବା ବେଳେ ଆଇନ ୯୦ ଅନୁସାରେ ପ୍ରାପ୍ୟ ପାଇବେ ବୋଲି ସ୍ପଷ୍ଟ ହୋଇଛି । ଉଭୟ ନିର୍ଦ୍ଦେଶନାମାର ଏକକିତା ଲେଖାଏଁ ନକଲ ସମ୍ପୃକ୍ତ ଏନଏସି ସମେତ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ପ୍ରଦାନ କରି ତ୍ଵରିତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

Comments are closed.