ହୀରାକୁଦରେ ଉଚ୍ଚ କ୍ଷମତା ସଂପନ୍ନ ସବଷ୍ଟେସନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ” ମୁଁ ଚାହେଁ, ମୋ ରାଜ୍ୟବାସୀଙ୍କୁ ଗୁଣାତ୍ମକ ଏବଂ ନିରବଚ୍ଛିନ୍ନ ସେବା ମିଳୁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚେଷ୍ଟା ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଓଡିଶାକୁ ଆଉ ପାଦେ ଆଗକୁ ନେଇଛି | ଓଡିଶା ପାଇଁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗେଇବା ନିମନ୍ତେ 450 କୋଟି ବ୍ୟୟରେ ନିର୍ମିତ ସମ୍ବଲପୁର ର ହୀରାକୁଦ ସମେତ ଓଡିଶାର ସାତଗୋଟି ଜିଲ୍ଲା ଯଥା ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର ଓ ଖୋର୍ଦ୍ଧା ରେ ଉଚ୍ଚ କ୍ଷମତା ସଂପନ୍ନ ଗ୍ରୀଡ଼ ସବଷ୍ଟେସନ ଏବଂ ବଲାଙ୍ଗିର କେସିଙ୍ଗା ଠାରେ 220 କେଭି ସରବରାହ ଲାଇନ ଆଜି ସନ୍ଧ୍ୟାରେ ଭର୍ଚୁଆଲ୍ ମୋଡ଼ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି |

50 କୋଟି ବ୍ୟୟରେ ହୀରାକୁଦ ଠାରେ ସ୍ଥାପନ ହୋଇଥିଲା ପଶ୍ଚିମ ଓଡିଶାର ପ୍ରଥମ GIS ସବଷ୍ଟେସନ | ଏହି ଷ୍ଟେସନ ସ୍ଥାପନ ଫଳରେ ହୀରାକୁଦ, ମେଡିକାଲ, ରେମେଡ଼, ସମ୍ବଲପୁର, ଗାନ୍ଧୀନଗର ଇତ୍ୟାଦି ସ୍ଥାନକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଣ ହୋଇପାରିବ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ବିଜୁଳି ଶକ୍ତି ଉପରେ ସଂଚୟ ଉପରେ ଗୁରୁତ୍ୱ ଦେଇଥିଲେ | ଦରକାର ନ ଥିବା ସମୟରେ ଅଯଥା ବିଜୁଳି ଶକ୍ତି ନଷ୍ଟ ନ କରିବାକୁ ଜନସାଧାରଣ ଙ୍କ ପରାମର୍ଶ ଦେଇଥିଲେ | ବିଦ୍ୟୁତ୍ ଶକ୍ତି ଆମ ଓଡିଶାର ଲାଇଫ ଲାଇନ | ଯେତିକି ବିଜୁଳି ସଂଚୟ କରି ରଖି ପାରିବା ସେଥିକି ଆମ ପର ପିଡି ପାଇଁ ସହାୟକ ହେବ ବୋଲି କହିଛନ୍ତି | ଆଜିର ଏହି କାର୍ଯ୍ୟକ୍ରମରେ ହୀରାକୁଦ ଠାରେ ମାନ୍ୟବର ମନ୍ତ୍ରୀ ଗ୍ରାମ ବିକାଶ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓଡିଶା ସରକାର ସୁଶାନ୍ତ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲାପାଳ ସମ୍ବଲପୁର ଦିବ୍ୟଜ୍ୟୋତି ପରିଡା, ଏସପି ବି. ଗଙ୍ଗାଧର, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ପ୍ରମୁଖ ଭର୍ଚୁଆଲ୍ ମୋଡ଼ରେ ଜଡିତ ହୋଇଥିଲେ।

Comments are closed.