ବିକାଶ ହିଁ ବିଜେଡିର ମୂଳମନ୍ତ୍ର-ପ୍ରସନ୍ନ ଆଚାର୍ଯ୍ୟ

ଝାରସୁଗୁଡା: ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଲଖନପୁର ବ୍ଲକ ଅନ୍ତର୍ଗତ ଚାଂଟିପାଲି ଠାରେ ଏକ ଜୋନ ସ୍ତରୀୟ ମହିଳା ସମ୍ବିଳନୀରେ ଉଦ୍‌ବୋଧନ ଦେଇ ବିଜେଡ଼ି ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିକାଶ ହିଁ ବିଜେଡ଼ିର ମୂଳମନ୍ତ୍ର ବୋଲି ପ୍ରକାଶ କରିଥିଲେ। ମହିଳା ସଶକ୍ତିକରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈପ୍ଳବିକ ପଦକ୍ଷେପ ସମଗ୍ର ଭାରତ ବର୍ଷରେ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଥିଲେ। ଏହି ବୈଠକରେ ରାଜ୍ୟ ମହିଳା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମହିଳା ମାନେ ସମାଜ ର ଆଗଧାଡ଼ିରେ ରୁହନ୍ତୁ ବୋଲି ଆହ୍ୱାନ କରିଥିଲେ। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ର ମହିଳା ସଂଯୋଜିକା ଦୀପାଳି ଦାସ, ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ, କଟକ ମେୟର ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ, ବିଧାୟକ ପ୍ରୀତିରଞ୍ଜନ ଘୋଡେଇ, ଜିଲ୍ଲାପରିଷଦ ସଦସ୍ୟ ସନତ ସିଂ ଲଖନପୁର ବ୍ଲକ ଅଧ୍ୟକ୍ଷ୍ୟା ହୁତେଶ୍ବରୀ ତିହିରିଆ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।

Comments are closed.