ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଧି ବଦ୍ଧ ବିଜ୍ଞପ୍ତି , ରାଜ୍ୟର ତିନି ଆସନ ପାଇଁ ହେବ ଭୋଟ

ଭୁବନେଶ୍ବର – ଆଜି ରାଜ୍ୟସଭା ନିର୍ବାଚନର ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିସହ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ରାଜ୍ୟର ୩ଟି ଆସନ ପାଇଁ ହେବ ନିର୍ବାଚନ । ଅଙ୍କ ଗଣିତରେ ତିନୋଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ । ତେବେ କିଏ ଯିବ ରାଜ୍ୟସଭା ? ସେହି କାର୍ଡ ଖୋଲି ନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ଆସନ୍ତା ଜୁଲାଇ ୧ ତାରିଖରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ. ଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଛି ।ଏହି ୩ ଆସନ ପାଇଁ ଆସନ୍ତା ଜୁନ ୧୦ ତାରିଖରେ ଭୋଟ ହେବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି ଯେ, ସଠିକ ସମୟରେ ପ୍ରାର୍ଥୀ ଚୟନ ହେବା ସହ ନାମାଙ୍କନ ଭରିବେ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତ୍ତି ନେବେ । ସର୍ବୋଚ୍ଚ ନେତା ଭାବେ ତାଙ୍କ ନିକଟରେ ପ୍ରାର୍ଥୀ ଚୟନ କ୍ଷମତା ରହିଛି । ପୂର୍ବରୁ ସଠିକ ସମୟରେ ନେଇଛନ୍ତି ।

Comments are closed.