ମତଦାନ ପୂର୍ବରୁ ବ୍ରଜରାଜନଗରରେ ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଡିଜିପି

ବ୍ରଜରାଜନଗର – ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ଅବାଧ ଓ ମୁକ୍ତ ନିର୍ବାଚନ ଲାଗି ବୈଠକରେ ଗୁରୁତ୍ବ ଦିଆଯାଇଛି। ନିର୍ବାଚନୀ ଆଚାର ସଂହିତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଭିଆଇପି, ଭିଭିଆଇପିଙ୍କ ଗସ୍ତ ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ କୁହାଯାଇଛି । ପେଶାଗତ ଅପରାଧୀଙ୍କୁ ବାନ୍ଧିବା ସହ ବେଆଇନ ଅସ୍ତ୍ରଶସ୍ତ୍ର ଓ ମଦ ଜବତ ପାଇଁ କୁହାଯାଇଛି । ଏଥିସହ ଏନବିଡବ୍ଲୁ ଜାରି ହୋଇଥିବା ଅପରାଧିଙ୍କୁ ଅଟକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାରସୁଗୁଡ଼ା ଏସପି ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିବେ । ୩ ଟ୍ରୁପ୍ ସିଏପିଏଫ୍, ୧୨ ପ୍ଲାଟୁନ୍ ଓଏସଏପି, ୨୫ ମୋବାଇଲ୍ ପାଟ୍ରୋଲିଂ ପାର୍ଟି, ୬ ଫ୍ଲାଇଂ ସ୍କ୍ବାଡ୍, ୧୦ ଏସଏସଟି ଜିଲ୍ଲା ପୋଲିସଙ୍କ ସହ ସୁରକ୍ଷା କାର୍ଯ୍ୟରେ ମୁତୟନ ହେବେ ।

Comments are closed.