ଇଣ୍ଡୋନେସିଆ ବିପକ୍ଷରେ ବୃହତ ବିଜୟ ସହ ଏସିଆ କପ୍ ହକିର ସୁପର ଫୋରରେ ଭାରତ

ଜାକର୍ତ୍ତା – ଏସିଆ କପ୍ ହକିର ସୁପର ଫୋର୍ ପର୍ଯ୍ୟାୟରେ ପହଞ୍ଚିଛି ବୀରେନ୍ଦ୍ର ଲାକ୍ରା ନେତୃତ୍ଵାଧୀନ ଭାରତୀୟ ଦଳ । ଆଜି ଖେଳାଯାଇଥିବା ଏକ ମ୍ୟାଚରେ ଭାରତ ଆୟୋଜକ ଇଣ୍ଡୋନେସିଆକୁ ୧୬ -୦ ଗୋଲରେ ହରାଇଛି । ଏହି ବୃହତ ବିଜୟ ସହ ଭାରତ ପୁଲ ଏ ରେ ପାକିସ୍ତାନକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବା ସହ ସୁପର ଫୋରରେ ପ୍ରବେଶ କରିଛି । ନକ ଆଉଟରେ ପ୍ରବେଶ ପାଇଁ ଭାରତକୁ ବୃହତ ବ୍ୟବଧାନରେ ବିଜୟ ଆବଶ୍ୟକ ଥିଲା । ଅନ୍ତତଃ ୧୬ ବା ଅଧିକ ଗୋଲରେ ବିଜୟ ଦରକାର ଥିଲା । ପାକିସ୍ତାନଠୁ ଉନ୍ନତ ଗୋଲ ବ୍ୟବଧାନରେ ଭାରତ ସୁପର ଫୋନରେ ପ୍ରବେଶ କରିଛି ।

Comments are closed.