ରାଜ୍ୟରେ ଏଣିକି ସବୁ ଗାଡ଼ିରେ ଲାଗିବ ହାଇସିକ୍ୟୁରିଟି ପ୍ଲେଟ

ଭୁବନେଶ୍ୱର – ଏଣିକି ଗାଡ଼ିରେ ଆଉ ପୁରୁଣା ନମ୍ବର ପ୍ଲେଟ୍ ଚଳିବ ନାହିଁ । ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ଉଭୟ ନୂଆ ଓ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏ ନେଇ ଗାଡ଼ି ମାଲିକଙ୍କୁ ୩ ମାସ ସମୟ ଦିଆଯିବ । ୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ି ପାଇଁ ସମୟସୀମା ସ୍ଥିିର କରାଯାଇଛି । ଡିସେମ୍ବର ୩୧ ତାରିଖ ହେଉଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଶେଷ ଦିନ । ଏହା ପରେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ ବୋଲି କହିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏହି ପ୍ଲେଟ କେବଳ ଗାଡ଼ି ନିର୍ମାଣକାରୀ ସଂସ୍ଥା ଓ ଅଥରାଇଜଡ ଡିଲର ଲଗାଇ ପାରିବେ । ସେଥିପାଇଁ ଅନଲାଇନରେ ଦେୟ ଦେବାକୁ ପଡିବ । ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ନଥିବ କିମ୍ବା ଫିଟନେସ ସାର୍ଟିଫିକେଟ ନଥିବ, କିମ୍ବା ଟିକସ ବାକି ଥିବ, ସେମାନଙ୍କୁ ନୂଆ ନମ୍ବର ପ୍ଲେଟ୍ ମିଳିବ ନାହିଁ ।

Comments are closed.