ଆଗୁଆ କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ଆଶ୍ବସ୍ତିକର ଖବର ଆସିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରବିବାର କେରଳ ଛୁଇଁଛି । ଏହାର ପ୍ରଭାବରେ କେରଳର ଅନେକ ସ୍ଥାନରେ ବର୍ଷା ହୋଇଛି। ଧାର୍ଯ୍ୟ ସମୟରୁ ତିନି ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁଛି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଶ୍ରୀଲଙ୍କା ଦେଇ କେରଳ ଆଡକୁ ଗତି କରିବା ଆରମ୍ଭ କରିଛି ବୋଲି ପାଣିପାଗ ବିଭାଗ ଶନିବାର କହିଥିଲା। ପାଣିପାଗ ବିଭାଗ କହିଥିଲା ଯେ ଜୁନ୍ ୧ ପରିବର୍ତ୍ତେ ମୌସୁମୀ କେବଳ ମେ ୨୯ ରେ କେରଳରେ ପହଞ୍ଚିବ । ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଛି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

Comments are closed.