ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ବ୍ରଜରାଜନଗର – ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟ ଗ୍ରହଣ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମୋଟ ୨୭୯ ବୁଥରେ, ୧୨୮୮ ପୋଲିଂ ଅଫିସର ନିୟୋଜିତ ରହିବେ । ଏଥର ୨୨ଟି ନୂଆ ବୁଥ୍‌ କରାଯାଇଛି । ୫ଟି ପିଙ୍କ ବୁଥ ହୋଇଥିବା ବେଳେ ୬୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ୧୪ ହଜାର ୮୭୮ ମତଦାତା ମତାଧିକାର ସାବ୍ୟସ୍ତ କରିପାରିବେ ।

ଶୃଙ୍ଖଳିତ ମତଦାନ ପାଇଁ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ, ୧୦୦୦ ପୋଲିସ କର୍ମଚାରୀ ନିଯୁକ୍ତ ହୋଇଛନ୍ତି ।

Comments are closed.