ଆଇପିଏଲ୍‌ ବେଟିଂ: ୬ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ୫ ଅଭିଯୁକ୍ତ

ବରଗଡ଼ : ଆଇପିଏଲ୍‌ କ୍ରିକେଟକୁ ନେଇ ବରଗଡ଼ରେ ବେଟିଂ ଚାଲିଥିବା ଘଟଣାର ସୋମବାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବରଗଡ଼ର ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ ସେନାପତି, ବିମଳକାନ୍ତ ନାଗ ଏବଂ ଦିଲୀପ ଦାଶ ।

ପୋଲିସ ତାଙ୍କଠାରୁ ନଗଦ ୬ ଲକ୍ଷ ୧୪ ହଜାର ଟଙ୍କା, ଲାପଟପ, ଏଲ୍‌ସିଡି ଟିଭି, ମୋବାଇଲ ଫୋନ, ତାସ ଆଦି ସାମଗ୍ରୀ ଜବତ କରିଛି। ଗତ ୨୭ ତାରିଖରେ ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ବରଗଡ଼ ସହର ଉପକଣ୍ଠ ଅମ୍ବାପାଲିସ୍ଥିତ ଏକ ନିର୍ମାଣାଧୀନ ଘରେ ଅଭିଯୁକ୍ତମାନେ ବେଟିଂ ଚଲାଇଥିଲେ। ଖବର ପାଇ ପୋଲିସର ଏକ ଟିମ୍‌ ଚଢାଉ କରିଥିଲା। ଚଢାଉ ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିବା ବରଗଡ଼ ଏସ୍‌ପି ପରମାର୍‌ ସ୍ମିତ୍‌ ପୁରୁଷୋତ୍ତମ ଦାଶ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ଡିପିଓ ଦୀପକ କୁମାର ଗୋଚ୍ଛାୟତ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା (ନଂ.୨୮୭/୨୨) ରୁଜୁ ହୋଇଛି।

Comments are closed.