ପ୍ରାର୍ଥୀପତ୍ର ଦାଖଲ କଲେ ଚାରି ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର -ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ଚାରିଜଣ ପ୍ରାର୍ଥୀ । ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନ ଭରିଛନ୍ତି ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଂଜନ ବିଶି । ଗତ ୨୯ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାରି ରାଜ୍ୟସଭା ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଥିଲେ ।ଳ ବିରୋଧୀ ଦଳର କେହି ପ୍ରାର୍ଥୀ ନ ଥିବାରୁ ଓ ସଂଖ୍ୟା ଦୃଷ୍ଟିରୁ ବିଜେଡିର ଚାରିଜଣଯାକ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ । ନିରଞ୍ଜନ ବିଶି ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ସୁବାସ ସିଂହଙ୍କ ଇସ୍ତଫା ପରେ ଆସନ ଖାଲି ପଡିଥିଲା ।

Comments are closed.