ପୁରୁଣା ଗାଡ଼ିର ହାଇସିକ୍ୟୁରିଟି ନମ୍ବର ପାଇଁ ଅନଲାଇନ ସେବା, କାଲିଠାରୁ ବୁକି‍ଂ

ଭୁବନେଶ୍ୱର- ପୁରୁଣା ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର ଓ ରଂଗୀନ ଷ୍ଟିକର୍‌ଯୁକ୍ତ ନମ୍ବର ପ୍ଲେଟ୍ ବୁକ୍ ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ସେବା ଆରମ୍ଭ ହୋଇଛି। ଜୁନ୍‌ ପହିଲାରୁ ଏହି ସେବା ଉପଲବ୍ଧ ହେବ। ଲୋକେ siam.in ରେ ଲଗ୍ ଇନ୍ କରି ଏହି ପ୍ଲେଟ୍ ବୁକ୍ କରିପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦ୍ର ସରକାର ମୋଟର ଭେହିକିଲ୍‌ ନିୟମ ଅନୁସା‌ରେ ଏଣିକି ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ। ରାଜ୍ୟ ସରକାର ମଧ୍ୟ ଏହି ନିୟମକୁ କଡ଼ାକଡ଼ି କରିଛନ୍ତି। ନୂଆ ପୁରୁଣା ସମସ୍ତ ଗାଡ଼ିରେ ଏଣିକି ଏହି ହାଇ ସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍ ବ୍ୟବହାର କରିବାକୁ କୁହାଯାଇଛି। ଗତ ୨୦୧୯ରୁ ପଞ୍ଜିକୃତ ସମସ୍ତ ଗାଡ଼ି ଏହି ନମ୍ବର ବ୍ୟବହାର କରୁଥିବା ବେଳେ ଗତ ୨୦୧୯ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିଗୁଡିକ ମଧ୍ୟ ଏହି ନମ୍ବର ପ୍ଲେଟ୍ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ନୂଆ ନମ୍ବର୍‌ ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି।

Comments are closed.