ପବିତ୍ର ଶୀତଳଷଷ୍ଠୀ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟସୂଚୀ ଜାରି

ଭୁବନେଶ୍ୱର – ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ଶୀତଳଷଷ୍ଠୀ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ଆଜି ହୋଇଥିବା ବୈଠକର ନିଷ୍ପତ୍ତି କ୍ରମେ ସକାଳ ୬.୩୦ ରେ ମଙ୍ଗଳ ଆଳତୀ ଓ ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ସାହାଣମେଲା ହେବ ।ମହାପ୍ରଭୁ ଲିଙ୍ଗରାଜଙ୍କର ବିଭିନ୍ନ ରୀତିନୀତି ପରେ ରାତି ୧୨.୩୦ରୁ ଭୋର ୪ ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ।

Comments are closed.