ଟୁଇଟରରେ ଟ୍ରେଣ୍ଡ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ରାଜନୀତିରେ ୨୫ ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛା ବାର୍ତ୍ତା । ଦଳୀୟ ନେତା କର୍ମୀ ନବୀନ ନିବାସରେ ନବୀନଙ୍କୁ ଭେଟି ଦେଉଛନ୍ତି ଶୁଭେଚ୍ଛା ବାର୍ତ୍ତା । ସୋସିଆଲ ମିଡ଼ିଆରେ ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ୟୁଜର୍ସ । ଟୁଇଟରରେ ୟୁଜର୍ସମାନେ ଅନେକ ଶୁଭେଚ୍ଛା ବାର୍ତ୍ତା ଦେବା ପରେ ଏବେ ଟ୍ବିଟରରେ ଟ୍ରେଣ୍ଡ କରୁଛି #ThankYouNaveenPattnaik । ମୁଖ୍ୟମନ୍ତ୍ରୀ ନବୀନଙ୍କ ଲୋକପ୍ରିୟତା ସୋସିଆଲ ମିଡ଼ିଆରେ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ଟ୍ବିଟରରେ ଟ୍ରେଣ୍ଡ କରିଛନ୍ତି ନବୀନ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉ ଅବା ପଞ୍ଚମ ପାଳିର ତୃତୀୟ ବର୍ଷ । ହକିକୁ ପ୍ରୋତ୍ସାହନ ନେଇ ଟ୍ବିଟରରେ ଟ୍ରେଣ୍ଡ କରିଛନ୍ତି ନବୀନ । ରାଜନୀତିରେ ୨୫ ବର୍ଷ ପୂର୍ତ୍ତି ଅବସରରେ ପୁନର୍ବାର ଟ୍ବିଟରରେ ଟ୍ରେଣ୍ଡ କରୁଛନ୍ତି ନବୀନ । ନବୀନଙ୍କୁ ୟୁଜର୍ସଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ ଚାଲିଥିବା ଦେଖିବାକୁ ମିଳିଛି ।

Comments are closed.