ରାଜଧାନୀରେ ପୁଣି ସିରିଜ ଦୁର୍ଘଟଣା, ୫ଟି କାରକୁ ଧକ୍କା ଦେଲା ମାଲବାହୀ ଟ୍ରକ୍

ଭୁବନେଶ୍ୱର – ରାଜଧାନୀରେ ପୁଣି ସିରିଜ ଦୁର୍ଘଟଣା । ବ୍ୟସ୍ତବହୁଳ ରସୁଲଗଡ ଓଭରବ୍ରିଜ ନିକଟରେ ୫ଟି କାରକୁ ଏକ ମାଲବାହୀ ଟ୍ରକ୍ ଧକ୍କା ଦେଇଛି । ୫ଟି କାର୍‌ ଓ ୩ ବାଇକ୍‌ ଚୁରମାର୍‌ ହୋଇଯାଇଛି । ଟ୍ରକ୍‌ଟି ଗୋଟିଏ ବାଇକ୍‌କୁ ରସୁଲଗଡ଼ରୁ ହଂସପାଳ ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ‌କେହି ଗୁରୁତର ଆହତ ହୋଇନାହାନ୍ତି ।ବରମୁଣ୍ଡା ପଟୁ କଟକ ଯାଉଥିବା ଟ୍ରକ୍‌ଟି ପ୍ରଥମେ ଏକ କ୍ରେଟାକୁ ଧକ୍କା ଦେବା ପରେ ଏକ ବୋଲେରୋ ଓ ଆଉ ଦୁଇଟି କାର୍‌କୁ ପିଟିଥିଲା । କାର୍‌ଗୁଡ଼ିକ ସବୁ ରାସ୍ତା କଡ଼ ବାଡ଼ରେ ଓ ପାଣି ପାଇପ୍‌ରେ ପିଟି ହୋଇ ଯାଇଥିଲା। ଦୁଇଟି କାର୍‌ ଓଲଟି ପଡ଼ିଥିଲା। ଏହା ପରେ ଟ୍ରକ୍‌ଟି ୩ଟି ବାଇକ୍‌କୁ ଧକ୍କା ଦେଇଥିଲା। ବାଇକ୍‌ ଆରୋହୀମାନେ ଛିଟିକି ପଡ଼ି ଆହତ ହୋଇଥିଲେ। ଗୋଟିଏ ବାଇକ୍‌ ଟ୍ରକ୍‌ରେ ଲାଗି ରହିବାରୁ ତାହା ହଂସପାଳ ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା।

Comments are closed.