ସମ୍ବଲପୁର ଡିଭିଜନରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ : ଦୁଇ ଦିନ ରେଳସେବା ହେବ ପ୍ରଭାବିତ

ସମ୍ବଲପୁର -ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ଦୁଇ ଦିନ ରେଳ ସେବା ପ୍ରଭାବିତ ହେବ । ଏଥିପାଇଁ ୦୨୮୬୩/୦୨୮୬୪ ନମ୍ବର ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ଟ୍ରେନ ଜୁନ ୧୦ ଓ ୧୧ ତାରିଖ ଦିନ ଉଭୟ ପଟୁ ଚଳାଚଳ ବନ୍ଦ ରହିବ । ୧୨୮୯୩//୧୨୮୯୪ ନମ୍ବର ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟର୍‌ସିଟି ଏକ୍ସପ୍ରେସ୍ ଉଭୟ ୧୦ ଓ ୧୧ ତାରିଖରେ ଭୁବନେଶ୍ବରରୁ ସମ୍ବଲପୁର ମଧ୍ୟରେ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.