ନୂଆଦିଲ୍ଲୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ଆଗତ ଦୁଇ ଏସପିଏଲ ସୁପ୍ରିମକୋର୍ଟ ଖାରଜ କଲାପରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା । କୋର୍ଟଙ୍କ ମୁହଁରେ ମହାପ୍ରଭୁଙ୍କ ଭାଷା ରହିଛି, ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ପରିକ୍ରମା ପ୍ରକଳ୍ପ ଜରିଆରେ ଏକାଧିକ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ଏ ପ୍ରସଙ୍ଗରେ ଅଯଥା ରାଜନୀତି ହେଉଛି । ବ୍ୟକ୍ତିଗତ ବା ରାଜନୈତିକ ସ୍ୱାର୍ଥ ପାଇଁ ଏହି ପ୍ରକଳ୍ପରେ ବାଧା ସୃଷ୍ଟି ନ କରନ୍ତୁ ବୋଲି ଟୁଇଟ କରିଛନ୍ତି ପିନାକୀ ମିଶ୍ର । ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟର ବିଜୟ ହୋଇଛି ବୋଲି ପିନାକୀ ମିଶ୍ର କହିଛନ୍ତି ।
Jai Jagannath
The Lord has spoken through the voice of the Hon’ble Apex Court. Naveen babu stands vindicated in his earnest attempt to create world class infrastructure to make Puri a World Heritage Site.— Pinaki Misra, Puri MP (@OfPinaki) June 3, 2022
Comments are closed.