ଆସନ୍ତାକାଲି ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ, ଅଧିକ ମହିଳା ସାମିଲ ସମ୍ଭାବନା

ଭୁବନେଶ୍ବର: ଆସନ୍ତାକାଲି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ବାଚସ୍ପତିଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। ତେବେ ଏଥର ଅଧିକ ସଂଖ୍ୟକ ମହିଳା ବିଧାୟକ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ଥିବା ପାୱାର କରିଡର ଚର୍ଚ୍ଚାରୁ ସୂଚନା ମିଳିଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଅଧିକ ସଂଖ୍ୟକ ମହିଳାଙ୍କୁ ସୁଯୋଗ ଦେଇଥିଲା। ସେହିପରି ଦେଶର ଏକମାତ୍ର ରାଜ୍ୟ ଭାବେ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସଶକ୍ତ କରିବାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଆଉ ଏବେ ମନ୍ତ୍ରୀମଣ୍ଡଳରେ ବି ଅଧିକ ମହିଳାଙ୍କୁ ସ୍ଥାନ ଦେଇ ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଥିବା ଚର୍ଚ୍ଚା ହେଉଛି।

ଲୋକସେବା ଭବନର କନଭେନସନ୍ ହଲରେ ହେବାକୁ ଥିବା ଏହି ସମ୍ପ୍ରସାରଣରେ ଏଥର ଅଧିକ ସଂଖ୍ୟାରେ ମହିଳା ସାମିଲ ହେବାର ସମ୍ଭାବନା ରହିଛି।

Comments are closed.