ଆଜି ଶପଥ ନେବେ ନବୀନଙ୍କ ନୂଆ ବ୍ରିଗେଡ

ଭୁବନେଶ୍ୱର – ଆଜି ଶପଥ ନେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ । ମିଳିଥିବା ସୂଚନା ଅନୁସାରେ ୨୧ ଜଣଙ୍କୁ ମନ୍ତ୍ରୀ ପଦ ମିଳିବ । ଏହା ଭିତରୁ ୧୩ ଜଣ କ୍ୟାବିନେଟ ଓ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ପାହ୍ୟା ମିଳିବ । କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ହେବାକୁ ଥିବା ତାଲିକାରେ ଅନେକ ନୂଆ ପୁରୁଣା ମୁହଁ ଥିବା ବେଳେ ନୂଆ ଟିମରେ ବି ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ

ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ତାଲିକାରେ ଏଥର ବି ଅଧିକ ଫୋକସ ମହିଳାଙ୍କ ଉପରେ ଦେଇଛି । ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣ ମହିଳା ସାମିଲ ହୋଇଛନ୍ତି । ମିଳିଥିବା ତାଲିକା ଅନୁସାରେ ୩ ଜଣଙ୍କୁ କ୍ୟାବିଟେନ୍ ପାହ୍ୟା ଏବଂ ୨ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ପାହ୍ୟା ମିଳିପାରେ । ଆଜି ଦିନ ୧୧ଟା ୪୫ ମିନିଟରେ ଲୋକସେବା ଭବନ କନଭେନସନ ହଲରେ ନୂଆ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଶପଥ ପାଠ କରିବେ । ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ସବୁ ମନ୍ତ୍ରୀ ଇସ୍ତଫା ଦେଲାପରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେଉଛି ।

Comments are closed.