ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଚୂଡ଼ାନ୍ତ, ୫ ମହିଳା ସହ ୨୧ ମନ୍ତ୍ରୀ ହେବେ ସାମିଲ

ଭୁବନେଶ୍ୱର:ନବୀନ ସରକାରଙ୍କ ପଞ୍ଚମ ପାଳିରେ ପ୍ରଥମ କ୍ୟାବିନେଟ ଅଦଳବଦଳ ଆଜି ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ନୂଆ ମନ୍ତ୍ରିମଣ୍ଡଳ ତାଲିକା ମଧ୍ୟ ଚୂଡ଼ାନ୍ତ ହୋଇଛି । ନବୀନଙ୍କ ନୂଆ ଟିମରେ ମୋଟ ୨୧ ମନ୍ତ୍ରୀ ସାମିଲ ହେବେ । ଏମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଅଛନ୍ତି । ନୂଆ ମନ୍ତ୍ରିମଣ୍ଡଳରେ ୫ ଜଣ ମହିଳା ସ୍ଥାନ ପାଇଛନ୍ତି।

ଚୂଡ଼ାନ୍ତ ତାଲିକା ଅନୁଯାୟୀ କ୍ୟାବିନେଟ ମନ୍ତ୍ରୀ ଭାବେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ୍‌, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା ଓ ରାଜେନ୍ଦ୍ର ଢୋଲକିଆ ଶପଥ ନେବେ।

ରାଷ୍ଟ୍ରମନ୍ତ୍ରୀ ଭାବେ ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ ଶପଥ ଗ୍ରହଣ କରିବେ।

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୮ ଜଣଙ୍କୁ ସ୍ଥାନ ବଜାୟ ରଖିଛନ୍ତି । ଆଉ କିଛି ପୁରୁଣା ଚେହେରା ବି ଫେରିଛନ୍ତି।

ଅପରପକ୍ଷରେ ବିକ୍ରମ କେଶରୀ ଆରୁଖ ବିଧାନସଭାର ନୂଆ ବାଚସ୍ପତି ହେବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଓ ସରୋଜ ମେହେରଙ୍କୁ ଉପ ସଚେତକ ଦାୟିତ୍ବ ଦିଆଯିବ।

ରବିବାର ପୂର୍ବାହ୍ନ ୧୧.୪୫ ରେ ଲୋକସେବା ଭବନର କନଭେନସନ ହଲରେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଅନୁଷ୍ଠିତ ହେବ।

Comments are closed.