ନବୀନଙ୍କ ନୂଆ ଟିମ

ଭୁବନେଶ୍ବର: ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ପ୍ରଥମ ଥର ପାଇଁ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଚଳିତ ଥର ନୂଆ ମନ୍ତ୍ରିମଣ୍ଡଳରେ ଯୁବକ, ମହିଳା ତଥା ତୃଣମୂଳସ୍ତରରେ ସଂଗଠନ ସହ ଜଡିତ ଥିବା ନେତାଙ୍କୁ ନବୀନ ନିଜ ନୂଆଟିମରେ ସାମିଲ କରିଛନ୍ତି। ଏଥିସହ କିଛି ପୁରୁଣା ମନ୍ତ୍ରୀ ସ୍ଥାନ ବଜାୟ ରଖିଛନ୍ତି । ଆଜି ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

ଶପଥ ନେବାକୁ ଥିବା ମନ୍ତ୍ରୀମାନେ ହେଲେ –

୧-ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ,

୨- ଆଳି ବିଧାୟକ ପ୍ରତାପ ଦେବ

୩- ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ

୪- ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ

୫- ବିଷମକଟକ ବିଧାୟକ ଜଗନ୍ନାଥ ସାରକା

୬- ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ

୭- ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର

୮- ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ

୯ -ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ

୧୦- ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

୧୧- ଝାରସୁଗୁଡା ବିଧାୟକ ନବକିଶୋର ଦାଶ

୧୨- ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୧୩- ଏକାମ୍ର ବିଧାୟକ ଅଶୋକ ପଣ୍ଡା

୧୪- ବୌଦ୍ଧ ବିଧାୟକ ପ୍ରଦୀପ ଅମାତ

୧୫- ବିଜେପୁର ବିଧାୟିକା ରୀତା ସାହୁ

୧୬- ଚିକିଟି ବିଧାୟିକା ଉଷା ଦେବୀ

୧୭- ପ୍ରଫୁଲ କୁମାର ମଲ୍ଲୀକ

୧୮- ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ

୧୯- ସୁକିନ୍ଦା ବିଧାୟକ ପ୍ରିତୀ ରଞ୍ଜନ ଘଡ଼ାଇ

୨୦- କାକଟପୁର ବିଧାୟକ ତୁଷାରକାନ୍ତି ବେହେରା

୨୧- କରଞ୍ଜିଆ ବିଧାୟିକା ବାସନ୍ତୀ ହେଂବ୍ରମ

 

Comments are closed.