ଦିନକୁ ଦୁଇଥର ଉଭାନ ହୋଇଯାଏ ଭାରତର ଏହି ଚମତ୍କାରୀ ମନ୍ଦିର

ଏହି ଭାରତରେ ଏମିତି କିଛି କଥା ଅଛି ଯାହା ବିଶ୍ବାସ ହୁଏ ନାହିଁ କିନ୍ତୁ ସେହି ଘଟଣା ସତ ହୋଇଥାଏ । ଏମିତି ଏକ ସତ ଘଟଣା ବିଷୟରେ ଆସନ୍ତୁ ଜାଣିବା ।

ଆମ ଦେଶରେ ଏମିତି ଅନେକ ମନ୍ଦିର ରହିଛି ଯାହା ପଛରେ କିଛି ନା କିଛି ରହସ୍ୟ ଲୁଚି ରହିଛି । ସବୁ ମନ୍ଦିରର ବିଶେଷତ୍ଵ ବିଷୟରେ ଆପଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ । ଏବେ ଆମେ ଯେଉଁ ମନ୍ଦିର ସମ୍ପର୍କରେ କହୁଛୁ ତାହା ଦିନକୁ ଦୁଇଥର ଉଭାନ ହୋଇଯାଏ ।

ଏପରି ଏକ ମନ୍ଦିର ରହିଛି ଗୁଜରାଟର ଭଦଦୋରା ଅଞ୍ଚଳରେ । ଭଦଦୋରା ଅଞ୍ଚଳରୁ ପାଖାପାଖି ୪୦ କିଲୋମିଟର ଦୂରରେ ଜମ୍ବୁସାର ତହସିଲ ଅନ୍ତର୍ଗତ କମୋଇ ଗାଁରେ ରହିଛି ସ୍ତମ୍ଭେଶ୍ୱର ମନ୍ଦିର । କୁହାଯାଏ କି ପାଖାପାଖି ୧୫୦ ବର୍ଷ ପୁରୁଣା ଏହି ମନ୍ଦିରକୁ ଭଗବାନ ଭୋଲାନାଥଙ୍କୁ ସମର୍ପିତ କରାଯାଇଛି ।

ଏହି ମନ୍ଦିର ଦିନକୁ ଦୁଇଥର ଉଭାନ ହୋଇଯାଏ । ଏମିତି ହେବା ପଛର କାରଣ ହେଉଛି, ଏହି ମନ୍ଦିର ସମୁଦ୍ର କୂଳରେ ଅବସ୍ଥିତ । ସକାଳ ଓ ସନ୍ଧ୍ୟା ସମୟରେ ସମୁଦ୍ରରେ ଜୁଆର ଏବଂ ଜଳସ୍ତର ବଢିବା କାରଣରୁ ଏହି ମନ୍ଦିର ବୁଡ଼ିଯାଏ ।

କିଛି ସମୟ ପରେ ପାଣି କମିବା ପରେ ଏହି ମନ୍ଦିର ପୁଣି ଥରେ ଦେଖାଯାଏ । ନିଜର ବିଶେଷତ୍ଵ ହିଁ ଏହାକୁ ସବୁ ମନ୍ଦିର ଠାରୁ ଅଲଗା କରିଛି । ଏହି ମନ୍ଦିରକୁ ଉଭାନ୍ ମନ୍ଦିର ମଧ୍ୟ କୁହାଯାଏ ।

ପାଣି କମିବା ପରେ ଭକ୍ତମାନେ ମନ୍ଦିରକୁ ଯାଇ ପୂଜା କରିଥାନ୍ତି । ଏହି ମନ୍ଦିରକୁ ଦେଖିବା ପାଇଁ ଦେଶ ବିଦେଶରୁ ବହୁତ ଲୋକ ଆସନ୍ତି । ପ୍ରତ୍ୟେକ ଦିନ ଏହି ମନ୍ଦିରର ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ଶ୍ରାବଣ ମାସରେ ଏଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି ।

ସ୍ତମ୍ଭେଶ୍ଵର ମନ୍ଦିର ସମ୍ପର୍କରେ ସ୍କନ୍ଧ ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି । କୁହାଯାଏ  କି ତାରକାସୁରଙ୍କୁ ବଦ୍ଧ କରିବା ପାଇଁ କାର୍ତ୍ତିକେଶ୍ୱର ଏଠାରେ ଜନ୍ମ ନେଇଥିଲେ । ହେଲେ ଶିବ ଭକ୍ତ ତାରକାସୁରକୁ ମାରିବା ପରେ କାର୍ତ୍ତିକ ଗ୍ଲାନି ଅନୁଭବ କଲେ ।

ଗ୍ଲାନିରୁ ମୁକ୍ତି ପାଇବା ପାଇଁ ଭଗବାନ ବିଷ୍ଣୁ ତାଙ୍କୁ ଶିବ ଲିଙ୍ଗ ପୂଜା କରିବାକୁ କହିଲେ । କୁହାଯାଏ କି କାର୍ତ୍ତିକ ଶିବ ଲିଙ୍ଗ ଯେଉଁଠାରେ ସ୍ଥାପନ କରିଥିଲେ ସେହି ସ୍ଥାନରେ ଏହି ମନ୍ଦିର ରହିଛି ।

( ସଂଗୃହିତ )

Comments are closed.