ବାରବାଟୀ ମ୍ୟାଚ ନେଇ ମୁଖ୍ୟମନ୍ତ୍ରୀ ଉତ୍ସାହିତ

ଭୁବନେଶ୍ୱର – ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ୧୨ ତାରିଖରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ ପାଇଁ ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ଯେ, ସେ ଆସନ୍ତା ସିରିଜରେ ଭାରତର ବିଜୟ ଆଶା କରୁଛନ୍ତି । କ୍ରିକେଟପ୍ରେମୀମାନେ ବାରବାଟୀରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ‌

Comments are closed.