ସାଇକେଲକୁ ପଛପଟୁ ଧକ୍କା ଦେଲା ବାଇକ୍: ସାଇକେଲ ଆରୋହୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ବିନିକା-ରାମପୁର ମୁଖ୍ୟ ରାସ୍ତାର ସିଙ୍ଘିଯୁବା ଛକ ପାଖରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ବିନିକା-ବରପାଲି ରାସ୍ତା ସିଙ୍ଘିଯୁବା ଛକରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ବାଇକ୍ ସାଇକେଲକୁ ପଛପଟୁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିଂଘିଯୁବା ଗାଁର ସୁଦର୍ଶନ ଭୁଏ। ଗୁରୁତର ୨ ଜଣ ବାଇକ୍ ଆରୋହୀଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସାଇକେଲ ଆରୋହୀ ସିଙ୍ଘିଯୁଵା କଲୋନୀ ପଡାର ସୁଦର୍ଶନ ଭୁଏ(୫୦) ଜାମପାଲି ଛକରୁ କ୍ଷୀର ବିକ୍ରି କରି ନିଜ ଗାଁକୁ ଫେରୁଥିବା ବେଳେ ବିନିକା ପଟରୁ ବାଇକରେ ସମ୍ବଲପୁର ଜିଲ୍ଲାର ଧମା ଅଞ୍ଚଳ ସରଗିଗୁଡା ଗ୍ରାମର କୃଷ୍ଣଚନ୍ଦ୍ର ବାଗ ଓ ଲକ୍ଷ୍ମଣ ଭୋଇ ବିବାହ କାର୍ଡ ବଣ୍ଟନ କରିବାକୁ ଯାଉଥିବା ପଛପଟୁ ସାଇକେଲ ଆରୋହୀ ସୁଦର୍ଶନଙ୍କୁ ଧକ୍କା ଦେଇଥିଲେ। ଏହାପରେ ସମସ୍ତେ ଛିଟିକି ପଡିଥଲେ। ଘଟଣାସ୍ଥଳରୁ ୩ଜଣଙ୍କୁ ୧୦୮ ଯୋଗେ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନାରେ ସାଇକେଲ ଆରୋହୀ ସୁଦର୍ଶନ ଭୁଏଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Comments are closed.