ରାଜ୍ୟରେ ୩୧ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୧୬, ଖୋର୍ଦ୍ଧା ଜିଲ୍ଲାରୁ ୧୦, ଝାରସୁଗୁଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୪ଟି ମାମଲା ରିପୋର୍ଟ ହୋଇଛି । ନୂଆ ପଜିଟିଭଙ୍କ ମଧ୍ୟରେ ୨ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି । ସଙ୍ଗରୋଧରୁ ୧୮ ଓ ସ୍ଥାନୀୟ ଅଂଚଳରୁ ୧୩ ପଜିଟିଭ ଚି‌ହ‌୍ନଟ ହୋଇଛନ୍ତି ।

କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୫୯ ନମ୍ବର ୱାର୍ଡରେ ଥିବା ଛାତ୍ରାବାସରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । କିଛି ପିଲାଙ୍କୁ ଜ୍ୱର ଓ ଥଣ୍ଡା ହେବାରୁ ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା ।

Comments are closed.