ଭିଜିଲାନ୍ସ ଜାଲରେ ଵିଇଓ, ଶିକ୍ଷକଙ୍କ ଠାରୁ ନେଉଥିଲେ ୫ହଜାର ଲାଞ୍ଚ

ବରଗଡ଼: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଝାରବନ୍ଧ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଶିକ୍ଷକ ମାନଙ୍କ ଦରମାକୁ ଶ୍ରୀ ଭୋଇ ବନ୍ଦ କରିଥିଲେ । ପୁଣି ସେହି ଦରମାକୁ ବନ୍ଦ ନ କରିବା ପାଇଁ ଶିକ୍ଷକ ମାନଙ୍କୁ ପାଞ୍ଚ ହଜାର ଟଙ୍କା ଦାବୀ କରିଥିଲେ । କିଛି ସଚେତନ ଶିକ୍ଷକ ଏଭଳି ଦୁର୍ନୀତିକୁ ବିରୋଧ କରିବା ସହ ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।

Comments are closed.