ଆଜି ଭୁବନେଶ୍ଵରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ

ଭୁବନେଶ୍ବର- ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌ ଦିନ ୧ଟା ୫୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଦୁଇ ଟିମ୍‌କୁ ସ୍ବାଗତ କରିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ଓ ହୋଟେଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ ଶଙ୍ଖନାଦ ସହ ଘୋଡ଼ାନାଚରେ ସେମାନଙ୍କୁ ସ୍ବାଗତ କରାଯିବ। ପରେ ଖେଳାଳିମାନଙ୍କୁ ଦୁଇଟି ବସ୍‌ରେ କଡ଼ା ସୁରକ୍ଷା ବଳୟରେ ହୋଟେଲ ମେ’ ଫେୟାର୍‌କୁ ନିଆଯିବ। ଏଥିପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଟେଲରେ ପହଞ୍ଚିବା ପରେ ଖେଳାଳିମା‌ନେ ପୂରା ଦିନ ବିଶ୍ରାମ ନେବେ। ଆସନ୍ତାକାଲି ଦୁଇ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମ୍‌ ଯାଇ ଅଭ୍ୟାସ କରିବେ। ୧୨ ତାରିଖ ଅପରାହ୍‌ଣ ୩ଟାରେ ଦୁଇ ଦଳର ଖେଳାଳି ମ୍ୟାଚ ଖେଳିବା ପାଇଁ ବାରବାଟୀ ଅଭିମୁଖେ ବାହାରିବେ। ୧୩ ତାରିଖ ଅପରାହ୍‌ଣ ୪ଟା ୧୫ରେ ଖେଳାଳିମାନେ ଭୁବନେଶ୍ୱରରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି।

Comments are closed.