ଆଜି ୪ଟି ରାଜ୍ୟର ୧୬ ରାଜ୍ୟସଭା ଆସନରେ ଭୋଟ

ନୂଆଦିଲ୍ଲୀ – ଆଜିି ରାଜ୍ୟସଭା ନିର୍ବାଚନ । ୪ଟି ରାଜ୍ୟର ୧୬ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ଏହିି ୪ ରାଜ୍ୟ ହେଲା ହରିଆଣା, ରାଜସ୍ଥାନ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ । ରାଜ୍ୟସଭା ନିର୍ବାଚନ ପାଇଁ ଘୋଡ଼ା ବେପାର ଅଭିଯୋଗ ଉଠିଛି । ତେଣୁ ୪ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ । ମୋଟ୍ ୧୫ଟି ରାଜ୍ୟର ୫୭ ରାଜ୍ୟସଭା ଆସନ ଖାଲିଥିଲ।। ହେଲେ ୪୧ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ଏହି ୪୧ ଜଣ ପ୍ରାର୍ଥୀ ଓଡିଶା, ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଂଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡରୁ ନିର୍ବିରୋଧରେ ନିର୍ବାଚିତ ହୋଇସାରିଛନ୍ତି ।

Comments are closed.