ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବିରଚେଉ ମଗ ମହୁଁ ନଗର ତେହିଂ ସତ ଜୋତନ ବିସ୍ତାର ।
ଶ୍ରୀନିବାସପୁର ତେଂ ଅଧିକ ରଚନା ବିବିଧ ପ୍ରକାର ॥

ଭାବାର୍ଥ :- ଶ୍ରୀହରିଙ୍କ ମାୟାରେ ନାରଦ ମୁନିଙ୍କର ଯିବା ରାସ୍ତାରେ ଶହେ ଯୋଜନ ଅର୍ଥାତ ଚାରି ଶହ କୋସ ପରିମିତ ଏକ ସୁନ୍ଦର ନଗର ରଚନାକଲେ । ସେହି ନଗରର ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟମୟ ରଚନା ଗୁଡ଼ିକ ଶ୍ରୀଲକ୍ଷ୍ମୀଙ୍କ ନିବାସ ଅର୍ଥାତ ଶ୍ରୀବିଷ୍ଣୁଙ୍କ ଶ୍ରୀବୈକୁଣ୍ଠ ନଗର ଠାରୁ ଅଧିକ ସୁନ୍ଦର ଥିଲା ॥

Comments are closed.